ଋଷିଆର ନିଦ୍ରାହୀନତା
ଉପରେ ଗବେଷଣା
ଏହି କାହାଣୀ ଅନେକ
ଦୃଷ୍ଟିରୁ ଅତ୍ୟନ୍ତ ଭୟଙ୍କର ଏବଂ ଅବିଶ୍ବାସଜନକ ଅଟେ ଏଥିରେ ଏଭଳି କିଛି କଥା ବର୍ଣ୍ଣନା ହୋଇଛି
ଯାହା ସାଧାରଣ ମାନବର ମାନସିକ ସ୍ବାସ୍ଥ୍ୟ ଓ ସାମାଜିକ ସ୍ବାସ୍ଥ୍ୟ ସହ ଜଡ଼ିତ, ତେଣୁ ଏହାର ସତ୍ୟତା ପ୍ରମାଣିତ କରିବା ଯେତେ
ଜରୂରୀ ହୁଏନାହିଁ, ତାଠାରୁ ଢେର ଅଧିକ ଜରୂରୀ ହୋଇପଡ଼େ ଏଥିରେ
ଦିଆଯାଇଥିବା ତଥ୍ୟକୁ ନେଇ ଅଧିକ ଗବେଷଣା କରାଯିବା
ଯେଉଁମାନେ ଏହି ବିଷୟରେ
ଆଦୌ ଜାଣିନାହାନ୍ତି, ସେମାନଙ୍କୁ
ଅତି ସ୍ବଳ୍ପରେ ବୁଝାଇବାକୁ ହେଲେ ଏତିକି କୁହାଯାଇ ପାରିବ ଯେ ଦ୍ବିତୀୟ ବିଶ୍ବଯୁଦ୍ଧପରେ ଋଷିଆ
ଦ୍ବାରା ବନ୍ଦୀ ହୋଇଥିବା କିଛି ସୈନିକଙ୍କୁ ନେଇ ଏକ ଅଦ୍ବିତୀୟ ଗବେଷଣା କରାଯାଇଥିଲା ଏହି
ଗବେଷଣା ମନୁଷ୍ୟକୁ ନିଦ୍ରାର ଅଭାବ ହେଲେ କେଉଁଭଳି ପ୍ରତିକ୍ରିୟା ସୃଷ୍ଟି ହୁଏ ସେ ବିଷୟରେ
ଜାଣିବା ସହ ଏଭଳି ଏକ ବାଷ୍ପର ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହା ମନୁଷ୍ୟକୁ ଅନେକ ଦିନ ଥରେ ଆଦୌ ଶୁଆଇ ଦେବନାହିଁ ଏଥିରେ ଯେଉଁ ବ୍ୟକ୍ତିମାନଙ୍କୁ
ସାମିଲ କରାଯାଇଥିଲା, ସେମାନଙ୍କୁ ଟେଷ୍ଟ୍ ସବଜେକ୍ଟସ୍ ବୋଲି
କୁହାଯାଇଥିଲା ଏହି ପରୀକ୍ଷା ପରେ ଯେଉଁ ସବୁ ଭୟଙ୍କର ପରିଣାମ ସୃଷ୍ଟି ହେଲା ଏବଂ ରାକ୍ଷସ ଭଳି
ମନୁଷ୍ୟର ପରିବର୍ତ୍ତନ ହେଲା ସେ ସବୁର ଛବି ସାଧାରଣତଃ ଏହି କାହାଣୀ ସହ ଦେଖିବାକୁ ମିଳିଥାଏ
ହେଲେ ଏ ସବୁ ଯେ ଏକ ଭ୍ରାନ୍ତ ଧାରଣା ତାହା ବିଶ୍ବାସ କରିବା ସମ୍ଭବପର ନୁହେଁ
ତା ହେଲେ କଣ ଥିଲା ଏହି
ପରୀକ୍ଷଣ
୧୯୪୦ ଦଶକରେ ଋଷିଆର
ବୈଜ୍ଞାନିକ ମାନେ ଏକ ନୂତନଭାବେ ଆବିଷ୍କୃତ ବାଷ୍ପକୁ ବ୍ୟବହାର କରି ପାଞ୍ଚଜଣ ବ୍ୟକ୍ତିଙ୍କୁ
ପନ୍ଦର ଦିନ ପର୍ଯ୍ୟନ୍ତ ଜାଗ୍ରତ କରି ରଖିଥିଲେ ଅର୍ଥାତ ସେମାନେ ପନ୍ଦର ଦିନ ପର୍ଯ୍ୟନ୍ତ ଆଦୌ
ଶୋଇନଥିଲେ ସେମାନଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ
ସେମାନଙ୍କୁ ଏକ ନିୟନ୍ତ୍ରିତ ଗବେଷଣା କକ୍ଷରେ ରଖାଯାଇଥିଲା ବଞ୍ଚିବା ପାଇଁ ଆବଶ୍ୟକ ଅମ୍ଲଜାନ
ସେ ଭିତରେ ସେମାନଙ୍କୁ ଦିଆଯାଉଥିଲା କାରଣ ଗବେଷଣା କରାଯାଉଥିବା ବାଷ୍ପ ଅଧିକ ମାତ୍ରାରେ ଗ୍ରହଣ
କରିଲେ ତାହାର ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେବାର ସମ୍ଭାବନା ଥାଏ ସେମାନଙ୍କ ସହ ଯୋଗାଯୋଗ
କରିବା ପାଇଁ କକ୍ଷ ଭିତରେ ମାଇକ୍ରୋଫୋନ୍ ଲଗାଯାଇଥିଲା ଏବଂ କକ୍ଷକୁ ବାହାରୁ ଦେଖିବା ପାଇଁ
ପାଞ୍ଚଇଞ୍ଚ ମୋଟା କାଚର ଝରକା ଥିଲା କକ୍ଷ ଭିତରେ ପଢ଼ିବା ପାଇଁ ଅନେକ ପୁସ୍ତକ ରଖାଯାଇଥିଲା
ଶୋଇବା ପାଇଁ ଖଟ ବି ଥିଲା, ଅବଶ୍ୟ ସେ
ଖଟ ଉପରେ ଶେଯ ନଥିଲା ସ୍ନାନ ଶୌଚ ପାଇଁ ଜଳର ବ୍ୟବସ୍ଥା ଥିଲା ଏବଂ ସେ ପାଞ୍ଚଜଣ ମାସାଧିକ କାଳ
ବଞ୍ଚିବା ସକାଶେ ଆବଶ୍ୟକ ଶୁଖିଲା ଖାଦ୍ୟ ରଖାଯାଇଥିଲା
ଯେଉଁ ପାଞ୍ଚଜଣ ବ୍ୟକ୍ତି
ଏହି ଗବେଷଣାରେ ଅଂଶ ଗ୍ରହଣ କରିଥିଲେ ସେମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଶତ୍ରୁପକ୍ଷରୁ
ବନ୍ଦୀ ହୋଇଥିଲେ ସେମାନଙ୍କୁ କଥା ଦିଆଯାଇଥିଲା ଯେ ୩୦ ଦିନର ଏହି ଗବେଷଣା ସମାପନ ପରେ
ସେମାନଙ୍କୁ ନିଜ ଦେଶକୁ ଛାଡ଼ି ଦିଆଯିବ
ଗବେଷଣାର ପ୍ରଥମ
ପାଞ୍ଚଦିନ ସୁରୁଖୁରୁରେ ବିତିଗଲା କେହି ବି କୌଣସି ପ୍ରକାରର ଅଭିଯୋଗ ବା ଅସୁବିଧା କଥା
କହିନଥିଲେ ସେହି କକ୍ଷରେ ବନ୍ଦଥିବା ଏହି ବ୍ୟକ୍ତିମାନେ ପରସ୍ପର ସହ ତାଙ୍କ ଅତୀତ ଜୀବନର ଦୁଃଖଦ
ଅନୁଭୂତି ସବୁ ବର୍ଣ୍ଣନା କରିବାକୁ ଲାଗିଲେ ଚାରିଦିନ ବିତିଗଲା ପରେ ଅତି ଭୟଙ୍କର ଓ ଦୁଃଖର
କଥାବାର୍ତ୍ତା ସବୁ ହେବାକୁ ଲାଗିଲା ପାଞ୍ଚ ଦିନ ପରେ ସେମାନେ ନିଜର ବର୍ତ୍ତମାନର ସ୍ଥିତିପାଇଁ
ନିଜ ଦେଶର ସରକାର ଓ ସେନାବାହିନୀକୁ ଗାଳି ଦେବାକୁ ଲାଗିଲେ ଏବଂ ମାନସିକ ଅସ୍ଥିରତାର ଲକ୍ଷଣ ସବୁ
ଦେଖାଗଲା ଧିରେ ଧିରେ ସେମାନେ ପରସ୍ପର ଆଉ କଥା ହେଲେ ନାହିଁ ସେମାନେ ଏବେ ମାଇକ୍ରୋଫୋନ୍
ପାଖକୁ ଆସି ଧିରେ ଧିରେ ଫିସ୍ ଫିସ୍ ହୋଇ କଥା ହେବାକୁ ଲାଗିଲେ ସେମାନେ ବୋଧହୁଏ ଭାବୁଥିଲେ ଯେ
ସେମାନେ ଏଭଳି କରି ଗବେଷଣା କରୁଥିବା ବୈଜ୍ଞାନିକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିବେ ଏବଂ
ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କୁ ଶୀଘ୍ର ମୁକ୍ତି ମିଳିଯିବ ଏଣେ ଗବେଷକ ମାନେ ଭାବୁଥିଲେ
ଏହିଭଳି ପ୍ରତିକ୍ରିୟା ବୋଧହୁଏ ସେହି ବାଷ୍ପ ଯୋଗୁଁ ହୋଇ ଥାଇପାରେ
ନଅଦିନ ପରେ ସେହି
ବନ୍ଦୀମାନଙ୍କ ମଧ୍ୟରେ ଜଣେ ଜୋର ଜୋରରେ ଚିତ୍କାର କରିବାକୁ ଲାଗିଲା ସେ ଅତି ଉଚ୍ଚସ୍ବରରେ
ଚିତ୍କାର କରି କରି ସେଇ ଗବେଷଣା କକ୍ଷରେ ଏପାଖରୁ ସେପାଖ ଧାଇଁବାକୁ ଲାଗିଲା ସେ ଏଭଳି
ପାଖାପାଖି ତିନିଘଣ୍ଟା କାଳ କରିଥିଲା ଶେଷରେ ସେ ଆଦୌ ଚିତ୍କାର କରି ପାରିଲା ନାହିଁ ଏବଂ ତା
ଗଳାରୁ ସ୍ବର ବାହାରୁନଥିଲା ଗବେଷକ ମାନଙ୍କୁ ଲାଗୁଥିଲା ଯେ ସେହି ଚିତ୍କାର କରି କରି ସେ ନିଜ
ଗଳାର ସ୍ବରଗ୍ରନ୍ଥିକୁ ନିଜେ ହିଁ ନଷ୍ଟ କରି ଦେଇଥିଲେ ହେଲେ ଆଶ୍ଚର୍ଯ୍ୟର କଥା ଥିଲା ସେଇ
ବ୍ୟକ୍ତି ଜଣକ ଏଭଳି ବ୍ୟବହାର କରୁଥିବା ସମୟରେ ଅନ୍ୟମାନେ କିନ୍ତୁ ଶାନ୍ତ ଥିଲେ ଅନ୍ୟମାନେ
ମାଇକ୍ରୋଫୋନରେ ଧିର ସ୍ବରରେ କଥା କହୁଥିଲେ ପ୍ରଥମ ବ୍ୟକ୍ତିଙ୍କ ଚିତ୍କାର ସରିବାର କିଛି ସମୟ
ପରେ ଦ୍ବିତୀୟ ବ୍ୟକ୍ତିଜଣେ ସେହିଭଳି ବିକାର ଦେଖାଇବାକୁ ଆରମ୍ଭ କରିଦେଲେ ସେ କିନ୍ତୁ କେବଳ
ଚିତ୍କାର କରୁନଥିଲେ ବରଂ ଥାକରେ ରଖାଯାଇଥିବା ବହି ସବୁକୁ ଚିରି ପକାଇ ନିଜ ମୁହଁରେ ଲଗାଇବା ସହ
କାଚ ଝରକାରେ ଲଗାଇ ଦେଇଥିଲେ ହେଲେ କିଛି ସମୟ ପରେ ଚିତ୍କାର ବନ୍ଦ ହୋଇ ଯାଇଥିଲା ଆଉ
ମାଇକ୍ରୋଫୋନରେ ଶୁଣାଯାଉଥିବା ଧିର ସ୍ବର ସବୁ ମଧ୍ୟ ବନ୍ଦ ହୋଇଗଲା
ଏହାପରେ ଆଉ ତିନିଦିନ
ବିତିଗଲା, ସବୁକିଛି ଠିକ୍ ଭାବରେ କାମ କରୁଛି କି ନାହିଁ
ଜାଣିବା ପାଇଁ ଗବେଷକମାନେ ବାରମ୍ବାର ମାଇକ୍ରୋଫୋନ୍ ସବୁକୁ ଘଣ୍ଟାକୁ ଥରେ ପରୀକ୍ଷା କରୁଥାନ୍ତି
କାରଣ ହଠାତ କକ୍ଷରୁ କୌଣସି ଶୋରଶବ୍ଦ ଶୁଣାଗଲାନାହିଁ ପାଞ୍ଚଜଣ ବ୍ୟକ୍ତି ଥାଉ ଥାଉ କିଛି ବି
ଶବ୍ଦ ନ ଶୁଣାଯିବା ସମ୍ଭବ ମନେ ହେଉନଥିଲା କିନ୍ତୁ କକ୍ଷରେ ବ୍ୟବହୃତ ଅମ୍ଲଜାନରୁ ଜଣାପଡୁଥିଲା
ସେମାନେ ବଞ୍ଚିଛନ୍ତି ଚଉଦ ଦିନ ସକାଳୁ ଗବେଷକ ମାନେ ଭିତରେ ରହୁଥିବା ବ୍ୟକ୍ତିମାନଙ୍କ
ପ୍ରତିକ୍ରିୟା ଜାଣିବାକୁ ଉତ୍ସୁକ ହୋଇଗଲେ କାରଣ ଭିତରୁ କୌଣସି ଶବ୍ଦ ଶୁଣାଯାଉନଥିଲା ସେମାନେ
ସନ୍ଦେହ କରୁଥିଲେ, କାଳେ ସେମାନେ ସବୁ ମୃତ କିମ୍ବା ସ୍ଥାଣୁ ପାଲଟି
ଯାଇଛନ୍ତି କକ୍ଷରେ ଲାଗିଥିବା ଇଣ୍ଟରକମ୍ ଦ୍ବାରା ସେମାନେ ଘୋଷଣା କରିଦେଲେ, “କକ୍ଷରେ ଲାଗିଥିବା ମାଇକ୍ରୋଫୋନ୍ ସବୁକୁ ପରୀକ୍ଷା କରିବାପାଇଁ କକ୍ଷର କବାଟ କିଛି
ସମୟ ପାଇଁ ଖୋଲାଯିବ ତୁମେ ସମସ୍ତେ କବାଟ ଠାରୁ
ଦୂରକୁ ଚାଲିଯାଅ ଏବଂ ତଳମୁହଁ ହୋଇ ତଳେ ଶୋଇରହ ଯଦି ଏଭଳି କରିବ ନାହିଁ, ତ ତୁମକୁ ଗୁଳି କରି ମାରି ଦିଆଯିବ”
ଆଶ୍ଚର୍ଯ୍ୟଜନକ ଭାବରେ
ଭିତରୁ କେବଳ ଜଣକର ସ୍ବର ଶୁଭିଲା ଆଉ ସେ କହୁଥିଲେ, “ଆମକୁ ମୁକ୍ତି ଆବଶ୍ୟକ ନାହିଁ”
ଏହାପରେ ଗବେଷକ ଏବଂ
ସେନାବାହିନୀ ମଧ୍ୟରେ ଆଲୋଚନା କରାଗଲା ଭିତରୁ ଆଉ କୌଣସି ପ୍ରକାର ପ୍ରତିକ୍ରିୟା ନ ମିଳିବା ପରେ
ନିଷ୍ପତ୍ତି ନିଆଗଲା ଯେ ପନ୍ଦରତମ ଦିନର ମଧ୍ୟରାତ୍ରୀରେ କକ୍ଷର ମୁଖ୍ୟ ଦ୍ବାର ଖୋଲାଯିବ
କକ୍ଷରୁ ଗବେଷଣା ବାଷ୍ପକୁ
ପ୍ରତ୍ୟାହାର କରି ନିଆଯାଇ ଅମ୍ଲଜାନ ଭରି ଦିଆଗଲା ହେଲେ ଭିତରୁ ମାଇକ୍ରୋଫୋନ ଦ୍ବାରା ଏହି
ପଦକ୍ଷେପର ବିରୋଧ କରାଗଲା ତିନିଜଣ ଭିକ୍ଷା ମାଗୁଥିବା ଭଳି କହୁଥିଲେ ଆମକୁ ସେଇ ବାଷ୍ପ ହିଁ
ଦେଇଦିଅ ଦ୍ବାର ଖୋଲାଗଲା ପରେ ସୈନିକ ମାନେ ଭିତରେ ପ୍ରବେଶ କରିଲେ, ହେଲେ ଭିତରେ ଥିବା ବ୍ୟକ୍ତିମାନେ ଆହୁରି ଅଧିକ
ଚିତ୍କାର କରିବାକୁ ଲାଗିଲେ ହେଲେ ଭିତରର ଦୃଶ୍ୟ ଦେଖି ସୈନିକମାନେ ମଧ୍ୟ ବିଚଳିତ ହୋଇ ଚିତ୍କାର
କରିବାକୁ ଲାଗିଲେ ପାଞ୍ଚଜଣ ମଧ୍ୟରୁ ଚାରିଜଣ ବଞ୍ଚିଥିଲେ କିନ୍ତୁ କେହି ବି ସାଧାରଣ
ମନୁଷ୍ୟଭଳି ମନେ ହେଉନଥିଲେ
ପାଞ୍ଚଦିନ ପରେ ସେମାନେ
କୌଣସି ଖାଦ୍ୟ ଛୁଇଁ ନଥିଲେ ମୃତ ବ୍ୟକ୍ତିଙ୍କ ଛାତି ଓ ଜଙ୍ଘର ମାଂସକୁ ଝୁଣି ସେମାନେ କକ୍ଷରେ
ବେସିନ ତଳେ ଥିବା ପାଇପକୁ ବନ୍ଦ କରିଦେବାଫଳରେ କୋଠରୀ ଭିତରେ ଚାରି ଇଞ୍ଚ ଉଚ୍ଚ ପାଣି ଭର୍ତ୍ତି
ହୋଇଯାଇଥିଲା ସେଥିରେ ରକ୍ତ କେତେ ଥିଲା ତାହା କହିବା ସମ୍ଭବ ନଥିଲା ଯେଉଁ ମାନେ ବଞ୍ଚିଥିଲେ
ସେମାନଙ୍କ ଶରୀରର ଚମଡ଼ା ଓ ମାଂସପେଶୀ ସବୁ ଛିଡ଼ାଯାଇଥିଲା ସେମାନଙ୍କ ଆଙ୍ଗୁଠିରୁ ମାଂସ
ଛିଡ଼ିଯାଇଥିବା ଦେଖି ଅନୁମାନ କରାଯାଉଥିଲା ଯେ ସେମାନେ ନିଜେ ହିଁ ନିଜ ହାତରେ ମାଂସ ସବୁକୁ
ଛିଡ଼ାଇଛନ୍ତି ଏବଂ ସେହି ସବୁ କଟାଅଂଶ ଦେଖି ଜଣାପଡୁଥିଲା ଯେ ପ୍ରତ୍ୟେକେ ନିଜେ ହିଁ ନିଜକୁ
ଏଭଳି କରିଥିଲେ
ଛାତିର ପଞ୍ଜରା ତଳେ
ପେଟରେ ଥିବା ଅନ୍ତବୁଜୁଳା ସବୁ ବାହାରକୁ ବାହାରିଥିଲା ପଞ୍ଜରା ଭିତରେ ହୃତପିଣ୍ଡ, ଫୁସଫୁସ୍ ଆଦି ସଠିକ ସ୍ଥାନରେ ଥିବା ବେଳେ,
କିନ୍ତୁ ପଞ୍ଜରା ହାଡ଼ରେ ଲାଗିଥିବା ମାଂସପେଶୀ ସବୁ ଛିଣ୍ଡି ଯାଇଥିଲା ସବୁ
ରକ୍ତନଳୀ ଓ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଥିଲା, କେବଳ୍ ସେ ସବୁକୁ ବାହାରକୁ
ବାହାର କରାଯାଇ ଚଟାଣ ଉପରେ ଚାରି ଆଡ଼େ ବିଛେଇ ପକାଇ ଦିଆଯାଇଥିଲା ଶରୀରର ଅଧିକାଂଶ ଅଙ୍ଗ ଶରୀର
ସହ ଲାଗିକରି ହିଁ ଥିଲା, ତେଣୁ ପାକତନ୍ତ୍ର ସଠିକ୍ କାମ କରୁଥିବା
ଅନୁମାନ କରାଗଲା ଭଲଭାବରେ ଦେଖିବା ପରେ ଜଣାପଡ଼ିଥିଲା ଯେ ସେହି ବ୍ୟକ୍ତିମାନେ ଅନେକ ଦିନଧରି
ନିଜ ଶରୀରର ମାଂସକୁ ଛିଡାଇ ନିଜେ ହିଁ ଖାଇଛନ୍ତି
କୋଠରୀର ନିରୀକ୍ଷଣ ପାଇଁ
ଯାଇଥିବା ସୈନିକ ସବୁ ଋଷିଆର ସ୍ପେଶାଲ୍ ଫୋର୍ସରୁ ଥିଲେ ସୁଦ୍ଧା ସେମାନେ ଏହି ଗବେଷଣା
କରାଯାଉଥିବା ବ୍ୟକ୍ତିମାନଙ୍କୁ ବାହାରକୁ ଆଣିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ସେପାଖେ
ଅର୍ଦ୍ଧମୃତ ସେହି ଗବେଷଣାର ବନ୍ଦୀମାନେ ଚିତ୍କାର କରି ପୁଣିଥରେ ସେହି ବାଷ୍ପ ଚଳାଇବାକୁ ଅନୁରୋଧ
କରୁଥିଲେ
ସେମାନଙ୍କୁ ଗବେଷଣା
କୋଠରୀରୁ ବାହାରକୁ ଆଣିବା କାଠିକର ପାଠ ହୋଇଗଲା ସେମାନେ ବାହାରକୁ ଆସିବାକୁ ଆଦୌ ଚାହୁଁନଥିଲେ
ଏହି ଠେଲାପେଲା ଭିତରେ ଜଣେ ସୈନିକର ଗଳାକୁ ଧରି ଟାଣିବା ପରେ ସେ ସେଠାରେ ମୃତ୍ୟୁବରଣ କରିଥିଲା
ଅନ୍ୟ ଜଣେ ସୈନିକର ଅଣ୍ଡକୋଷକୁ ଭିଡ଼ିବା ଦ୍ବାରା ସେ ଗୁରୁତର ଭାବରେ ଆହତ ହୋଇଥିଲେ ସେହି
ସୈନିକର ଗୋଡ଼କୁ କାମୁଡ଼ିଦେବା ଦ୍ବାରା ରକ୍ତନଳୀ କଟି ଯାଇ ରକ୍ତକ୍ଷରଣ ହେବାକୁ ଲାଗିଥିଲା ଏହି
ଘଟଣାରେ ଆହୁରି ପାଞ୍ଚଜଣ ସୈନିକ ମୃତ୍ୟୁବରଣ କରିଥିଲେ ଏବଂ ସେଥିରୁ ଜଣେ ଆତ୍ମହତ୍ୟା କରିଥିଲେ
ଗବେଷଣା କୋଠରୀରେ ଟଣାଟଣି
ଚାଲିଥିବା ବେଳେ ଜଣେ ଗବେଷଣା ବ୍ୟକ୍ତିର ପ୍ଲୀହା ଫାଟିଯାଇ ରକ୍ତ ଝରିବାକୁ ଲାଗିଲା, ତାକୁ ନିଶ୍ଚେତକ ଦେଇ ବଞ୍ଚାଇବାର ପ୍ରଚେଷ୍ଟା ବିଫଳ
ହେଉଥିଲା ସାଧାରଣ ଠାରୁ ଦଶଗୁଣ ଅଧିକ ଶକ୍ତିଶାଳୀ ଇଞ୍ଜେକ୍ସନ ଦେବା ସତ୍ତ୍ବେ ସେ ଚେତା
ହରେଇନଥିଲା ଏବଂ ହିଂସ୍ରପଶୁ ଭଳି ଡାକ୍ତରଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ପଞ୍ଜରା ହାଡ଼ ଓ
ହାତ ଭାଙ୍ଗିଗଲା
ସେହି ବ୍ୟକ୍ତିଜଣକ
ଶରୀରରୁ ସମସ୍ତ ରକ୍ତ ବହିଗଲା ପରେ ସୁଦ୍ଧା ପ୍ରାୟ ତିନିମିନିଟ୍ ପର୍ଯ୍ୟନ୍ତ ସେ ଚିତ୍କାର
କରିଥିଲେ ଏବଂ ଧିରେ ଧିରେ ନିଜର ଶକ୍ତି ହରାଇବା ପରେ ପ୍ରାଣବାୟୁ ଉଡ଼ି ଯାଇଥିଲା
ବାକି ବଞ୍ଚିଥିବା ତିନିଜଣ
ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା ସେମାନେ କିନ୍ତୁ ବାରମ୍ବାର ସେହି ବାଷ୍ପ ଦିଆଯିବା
ପାଇଁ ଅନୁରୋଧ କରୁଥିଲେ
ତିନିଜଣଙ୍କ ମଧ୍ୟରେ ଯେଉଁ
ବ୍ୟକ୍ତିଙ୍କୁ ସବୁଠାରୁ ଅଧିକ କ୍ଷତ ହୋଇଥିଲା ତାଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଗଲା ହେଲେ
ନିଶ୍ଚେତକ କାମ କରିନଥିଲା ସେ ବହୁତ ଭୟଙ୍କର ଭାବରେ ଲଢେଇ କରିଥିଲା ଏବଂ ବହୁତ କଷ୍ଟରେ ତାଙ୍କୁ
ନିଶା ଇଞ୍ଜେକ୍ସନ ଦେବା ବେଳକୁ ସେ ଅସ୍ତ୍ରୋପଚାର କକ୍ଷରେ ହିଁ ମୃତ୍ୟୁବରଣ କରିଥିଲା
ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଥିଲା ଯେ ସେହି ବ୍ୟକ୍ତିର ରକ୍ତରେ ଆବଶ୍ୟକତା ଠାରୁ ତିନିଗୁଣ
ଅଧିକ ଅମ୍ଲଜାନ ଥିଲା ଏବଂ ଅସ୍ତ୍ରୋପଚାରକୁ ବିରୋଧ କରି ସେ ଯେଉଁ ଲଢେଇ କରିଥିଲା ସେଥିରେ
ଶରୀରର ନଅଟି ହାଡ଼ ଭାଙ୍ଗିଯାଇଥିଲା
ବର୍ତ୍ତମାନ ବଞ୍ଚିଥିବା
ଦୁଇଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଚ୍ଚ ସ୍ବରରେ ଚିତ୍କାର କରୁଥିଲା ଏହି ପ୍ରଚେଷ୍ଟାରେ ସେ ନିଜ
ସ୍ବରଗ୍ରନ୍ଥି ନଷ୍ଟ କରି ପକାଇଲା ତାଙ୍କୁ ଅସ୍ତ୍ରୋପଚାର ପାଇଁ ନେବା ବେଳକୁ ଆଉ ବିରୋଧ କରିବା
ଭଳି ଧୈର୍ଯ୍ୟ ବା ସାହାସ ନଥିଲା ନିଶ୍ଚେତକ ଦିଆଯିବା ସତ୍ତ୍ବେ ତାହା କାମ କରିନଥିଲ ତେଣୁ
ଶେଷରେ ବିନା ନିଶ୍ଚେତକରେ ଛଅ ଘଣ୍ଟାର ଅପରେସନ ପରେ ତାଙ୍କ ଶରୀରର ସବୁ ଅଙ୍ଗକୁ ସଠିକ ଭାବରେ
ସଜାଇ ଦିଆଗଲା ସେ କିଛି ପ୍ରତିକ୍ରିୟା ଦେଖାଇନଥିଲେ ଅସ୍ତ୍ରୋପଚାର କରୁଥିବା ଡାକ୍ତର କହିଥିଲେ
ଯେ ବ୍ୟକ୍ତିଜଣଙ୍କ ବଞ୍ଚିପାରିବେ ଅସ୍ତ୍ରୋପଚାର ସମୟରେ ସେହି ବ୍ୟକ୍ତିଜଣକ ନର୍ସମାନଙ୍କୁ
ଚାହିଁ ହସୁଥିବା କଥା ଭୟଭୀତା ନର୍ସମାନେ କହିଥିଲେ
ଅସ୍ତ୍ରୋପଚାର ଶେଷରେ
ବ୍ୟକ୍ତିଜଣକ କିଛି କହିବାକୁ ଚାହୁଁଥିଲେ ହେଲେ କହି ପାରୁନଥିଲେ ତେଣୁ ତାଙ୍କପାଇଁ ପେନ୍ ଓ କାଗଜ
ଅଣାଗଲା ପରେ ସେ କେବଳ ଏତିକି ଲେଖିଥିଲେ, “ଆହୁରି କାଟି ଚାଲ”
ଅନ୍ୟ ବ୍ୟକ୍ତିମାନଙ୍କୁ
ମଧ୍ୟ ବିନା ନିଶ୍ଚେତକରେ ଅସ୍ତ୍ରୋପଚାର କରାଗଲା ଅସ୍ତ୍ରୋପଚାର ସମୟରେ ସେହି ବ୍ୟକ୍ତିମାନେ
ବାରମ୍ବାର ହସୁଥିବାର ଦେଖି ସର୍ଜନ ଚିନ୍ତାରେ ପଡି ଯାଉଥିଲେ ଅସ୍ତ୍ରୋପଚାର ପରେ ଯେତେବେଳେ
ସେହି ବ୍ୟକ୍ତିମାନଙ୍କୁ ପ୍ରଶ୍ନ କରାଗଲା, କାହିଁକି ସେମାନେ ସେଇ ବାଷ୍ପର ଦାବୀ କରୁଛନ୍ତି ଏବଂ କାହିଁକି ସେମାନେ ନିଜକୁ ଏଭଳି
କ୍ଷତି ପହଞ୍ଚାଇଲେ?
କେବଳ ଗୋଟିଏ ଉତ୍ତର ହିଁ
ମିଳିଥିଲା, “ମୁଁ ଜାଗ୍ରତ ରହିବା ଆବଶ୍ୟକ”
ସେହି ତିନିଜଣ ସଦସ୍ୟଙ୍କୁ
ପୁଣିଥରେ ଗବେଷଣା କକ୍ଷରେ ଛାଡ଼ି ଦିଆଗଲା ସେମାନଙ୍କ ସହ କଣ କରାଯିବ ସେଇ ବିଷୟରେ କିଛି
ନିଷ୍ପତ୍ତି ନିଆଯିବାର ଥିଲା ଏହି ଗବେଷଣା ବିଫଳ ହୋଇଥିବା ମନେ କରି ସେନାବାହିନୀ ଗବେଷକ
ମାନଙ୍କୁ ନିନ୍ଦାକରୁଥିବା ବେଳେ ଗବେଷକମାନେ ସେହି ବନ୍ଦୀମାନଙ୍କୁ ଇଚ୍ଛାମୃତ୍ୟୁ ଦେବା ସପକ୍ଷରେ
ଥିଲେ ହେଲେ ଏହି ଗବେଷଣାର କମାଣ୍ଡିଂ ଅଫିସର ଜଣେ ପୂର୍ବତନ କେଜିବି ଏଜେଣ୍ଟ୍ ଦେଖିବାକୁ
ଚାହିଁଥିଲେ ଯେ ଏହି ବ୍ୟକ୍ତିମାନଙ୍କୁ ପୁଣିଥରେ ସେହି ବାଷ୍ପ ଦେଲେ କଣ ପ୍ରତିକ୍ରିୟା ମିଳିବ? ଗବେଷକମାନେ ଏହାକୁ ବିରୋଧ କରୁଥିଲେ ସୁଦ୍ଧା
ସେନାବାହିନୀ ସେମାନଙ୍କ କଥାକୁ ଶୁଣିନଥିଲେ
ସମସ୍ତ ବ୍ୟକ୍ତିଙ୍କ
ଶରୀରରେ ଇସିଜି ମେସିନ ଲଗାଇ ଦିଆଯାଇ ସେମାନଙ୍କ ହାତଗୋଡ଼କୁ ବାନ୍ଧି ସେଇ କୋଠରୀରେ ପୁଣିଥରେ
ବାଷ୍ପ ଦିଆଯିବ ବୋଲି ଜଣାଇବା ପରେ ସେମାନେ ଆଉ କୌଣସି ଭୟଙ୍କର ପ୍ରତିକ୍ରିୟା ଦେଖାଇନଥିଲେ
ସେହି ତିନିଜଣ ଚେଷ୍ଟା କରୁଥିଲେ ନ ଶୋଇବାପାଇଁ, ଜଣେ ଜୋର ଜୋରରେ ଚିତ୍କାର କରି ଗୀତ ଗାଉଥିବାର ଦେଖାଗଲା
ଜଣେ ବ୍ୟକ୍ତି ନିଜ ଗୋଡ଼କୁ
ହଲାଉଥିବା ବେଳେ ଆଉ ଜଣେ ତକିଆରୁ ମୁଣ୍ଡ ଉଠାଇ ପୁଣିଥରେ ତଳେ ପକାଉଥିଲେ ସେହି ବ୍ୟକ୍ତିଙ୍କ
ମସ୍ତିଷ୍କରେ ଇଇଜି ମେସିନ୍ ଲଗାଇବା ପରେ ଦେଖାଗଲା ଯେ ଇଇଜି ରେକର୍ଡିଂ ନର୍ମାଲ୍ ଥିବା ବେଳେ
ମଝିରେ ମଝିରେ ଆଦୌ କିଛି ରେକର୍ଡିଂ ହେଉନଥିଲା ଲାଗୁଥିଲ ସତେ ଯେମିତି କିଛି କ୍ଷଣପାଇଁ
ମସ୍ତିଷ୍କ ମୃତବତ ବ୍ୟବହାର କରୁଥିଲା ନର୍ସଜଣେ ଲକ୍ଷ୍ୟ କରିଥିଲେ ଯେ ସେହି ବ୍ୟକ୍ତିଜଣକର
ମୁଣ୍ଡ ତକିଆରେ ଲାଗିବା କ୍ଷଣି ଆଖି ବନ୍ଦ ହୋଇ ଆସୁଥିଲା ଏବଂ ଏହି ମୁହୁର୍ତ୍ତରେ ମସ୍ତିଷ୍କର
ତରଙ୍ଗ ସବୁ ଉଭେଇ ଯାଉଥିଲା ଏହାପରେ ହୃତପିଣ୍ଡ କିଛି ମୁହୂର୍ତ୍ତପାଇଁ ବନ୍ଦ ହୋଇଯାଇଥିଲା
ଯେଉଁ ଜଣେ ବ୍ୟକ୍ତି
କହିବା ଭଳି କ୍ଷମତା ଥିଲା, ସେ କହୁଥିଲା
ଶୀଘ୍ର ସେମାନଙ୍କୁ ବାଷ୍ପ ଦେଇ ରୁମରେ ବନ୍ଦ କରିଦିଆଯାଉ ତାର ମସ୍ତିଷ୍କର ତରଙ୍ଗ ମଧ୍ୟ ସରଳ
ରେଖା ଦେଖାଉଥିଲା ସତେ ଯେମିତି ସେ ମସ୍ତିଷ୍କରେ ମୃତ ଥିଲା
କମାଣ୍ଡିଂ ଅଫିସର
ନିର୍ଦ୍ଦେଶ ଦେଇଥିଲେ ଯେ କକ୍ଷକୁ ପୁଣିଥରେ ବନ୍ଦ କରିଦିଆଯାଉ ଏବଂ ସେଥିରେ ସେହି ତିନିଜଣ ସଦସ୍ୟ
ସମେତ ଦୁଇଜଣ ଗବେଷକ ମଧ୍ୟ ରହିବେ ହେଲେ ଏହା ଶୁଣିବା ପରେ ଜଣେ ଗବେଷକ ପାଖରେ ରଖିଥିବା
ରିଭଲଭର୍ ବାହାର କରି କମାଣ୍ଡିଂ ଅଫିସରକୁ ଗୁଳି ମାରିବ ପରେ ପରୀକ୍ଷା କରାଯାଉଥିବା ଜଣେ ମୃତବତ
ବ୍ୟକ୍ତିଙ୍କୁ ମଧ୍ୟ ଗୁଳି କରିଦେଇଥିଲେ ଆଉ ଜଣେ ବ୍ୟକ୍ତିଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଚିତ୍କାର
କରି କହିଲେ, “ମୁଁ ଏହି ବନ୍ଦ କୋଠରୀରେ
ରହିବି ନାହିଁ ତୁମ ସହ ଆଦୌ ନୁହେଁ ତୁମେ କିଏ? ମୁଁ ଜାଣିବା
ଆବଶ୍ୟକ”
ସେହି ବ୍ୟକ୍ତି ଜଣକ
ହସିଦେଇ କହିଲେ, “ଏତେ ସହଜରେ ଭୁଲିଗଲ?
ଆମେ ହେଉଛୁ ତୁମେ ତୁମ ଭିତରେ ଥିବା ପାଗଳାମୀ ଯାହା ପ୍ରତି ମୁହୂର୍ତରେ
ମୁକ୍ତି ଚାହେଁ ଯାହା ତୁମେ ପ୍ରତି ରାତିରେ ଲୁଚେଇବାକୁ ଚେଷ୍ଟା କର ଯାହାକୁ ତୁମେ ନିଶ୍ଚେତକ
ଦେଇ ନିରବ କରିଦେଇ ଶୁଆଇ ଦେବାକୁ ପ୍ରଚେଷ୍ଟା କର”
ଗବେଷକ ଜଣକ ସେହି
ବ୍ୟକ୍ତିର ମୁଣ୍ଡକୁ ଲକ୍ଷ୍ୟକରି ଗୁଳି ଚଳାଇଲେ, ଏବଂ କହିଲେ... “ଏବେ ତୁମେ ମୁକ୍ତ...”
ଯଦିଓ ଏହି ଗବେଷଣାକୁ ନେଇ
ଅନେକ ତଥ୍ୟ ଓ ଛବି ଇଣ୍ଟରନେଟରେ ଦେଖିବାକୁ ମିଳିଥାଏ, ସେଥିମଧ୍ୟରୁ ଗୋଟିଏ ଛବି ଅଧିକାଂଶ ଲୋକ ନିଶ୍ଚୟ ଦେଖିଥିବେ ଏବଂ ସହଜରେ ଚିହ୍ନି
ପାରିବେ ମଧ୍ୟ
ଛବିରେ ମନୁଷ୍ୟ ଭଳି
ଦେଖାଯାଉଥିବା ଗୋଟିଏ ଜୀବ କ୍ୟାମେରା ଆଡ଼କୁ ଚାହିଁ ରହିଥିବା ଭଳି ଦେଖାଯାଏ ଜୀବର ଦେହ ପୁରା
ଶୁଖିଯାଇଛି ଆଖି ଦୁଇଟା କୋରଡ଼ ଭିତରେ ପଶିଯାଇଛି ଗାଲ ଓ ଥୋଡ଼ି ବାହାରକୁ ବାହାରିବା ଭଳି
ଦେଖାଯାଉଛି
ଦାନ୍ତ ଗୁଡ଼ିକ
ସାମାନ୍ୟଠାରୁ ବଡ଼ ଦିଶୁଥିବା ବେଳେ ଲୋକର ମୁହଁରେ ଏକ ଭୟଙ୍କର ହସ ଦେଖାଯାଉଛି ବ୍ୟକ୍ତିଜଣକର
ବିଶାଳ ମୁଣ୍ଡ ଓ ବଙ୍କା ଶରୀର ଦେଖିଲେ ମନେହୁଏ ସେ ଆମ ପାଇଁ ବିପଦ ଛବିଟି କଳାଧଳା, ସେଥିରୁ ମଧ୍ୟ ଏହା ପୁରାତନ ଭଳି ଜାଣିହୁଏ
ସର୍ବୋପରି ଏହି ଛବିଟି
ମଧ୍ୟ କପୋଳକଳ୍ପିତ ଅର୍ଥାତ ମିଥ୍ୟା ବର୍ଷ ୨୦୦୫ରେ ହଲୋୱିନ୍ ସମୟରେ ମର୍ବିଡ୍ ଏଣ୍ଟେର୍ପ୍ରାଇଜ୍
ଦ୍ବାରା ତିଆରି କରାଯାଇଥିବା ଏହି ଆକାରର ନାଁ ଥିଲା ‘ସ୍ପାଜମ୍’
ଋଷିଆର ଏହି ଗବେଷଣା
କାହାଣୀ ପ୍ରଥମେ କେଉଁଠି ପ୍ରକାଶିତ ହୋଇଥିଲା ତାହାକୁ ନେଇ ଅନେକ ଲୋକ ଅନେକ ମନ୍ତବ୍ୟ
ଦେଇଥାନ୍ତି, କିନ୍ତୁ ଏହି ସମସ୍ତ ବିଷୟ
ମାତ୍ର ଏକ କାହାଣୀ ଯାହାର ସତ୍ୟତା ସହ କୌଣସି ସମ୍ପର୍କ ନାହିଁ ଅରେଞ୍ଜସୋଡ଼ା ନାମକ ଜଣେ ଲେଖକ
ଏହି କାହାଣୀକୁ ୧୦ ଅଗଷ୍ଟ ୨୦୧୦ ମସିହାରେ କ୍ରିପିପାସ୍ତା ୱେବ୍ସାଇଟରେ ପ୍ରକାଶିତ କରିବା ପରେ
ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇ ଯାଇଥିଲା ହେଲେ ଏହାର ପ୍ରକୃତ ଲେଖକ କିଏ ତାହା ରହସ୍ୟ ହୋଇ
ରହିଛି
Subscribe to Our channel : https://www.youtube.com/@drjyotiprasad
Comments
Post a Comment